ଭୁବନେଶ୍ବର: ଆସୁଛି ବର୍ଷା । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା କିଛିଦିନ ବର୍ଷା ହେବ । ଏନେଇ ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟରେ ଆସନ୍ତା ୫ ଦିନ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ଅନୁମାନ କରାଯାଉଛି । ଏଥିସହ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ରାଜ୍ୟର ମୈାସୁମି ବର୍ଷା ହେଉଥିବା ବେଳେ ଆଗାମୀ ଦିନରେ କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ କାଳବୈଶାଖୀ ବର୍ଷା ହେବାକୁ ଥିବାବେଳେ ୨୬ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ସତର୍କ ସୂଚନା ଦିଆଯାଇଛି।