ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା। ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । କାହିଁକି ସାମ୍ବାଦିକ ଏପରି ବାଟ ବାଛିଲେ । ଯେତେବେଳେ ପାରିବାରିକ କଳହକୁ ନେଇ ଏପରି ଅଘଟଣ ଘଟିଥିବା କୁହାଯାଉଛି । ସେତେବେଳେ ମୃତ ମଧୁମିତାଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ବାପୁଜୀ ନଗର ନିକଟ ରେଳ ଧାରଣାରୁ ମଧୁମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେ ଏକ ୱେବ୍ ଚ୍ୟାନେଲରେ କାମ କରୁଥିଲେ। ତେବେ ମହିଳାସାମ୍ବାଦିକା ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି। ମୃତ ସାମ୍ବାଦିକା ମଧୁମିତା ପରିଡ଼ା ଙ୍କ ହତ୍ୟା ପରେ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି । ତେବେ ଭାଇରାଲ ଭିଡିଓରେ ମଧୁମିତା କହିଛନ୍ତି ”ମା ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ପାଞ୍ଚ ବର୍ଷ ପ୍ରେମ ସମ୍ପର୍କରେ ରହିଲା ପରେ ବିବାହ କରିଥିଲି। କିନ୍ତୁ ବିବାହ ପରେ ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି। ସେ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି। ସେ ମୋ ସାଙ୍ଗ ଏବଂ ତା ସହିତ ରାତି ଗୋଟାଏ, ୨ଟା ଯାଏ କଥା ହେଉଛନ୍ତି। ମୁଁ ଏସବୁ ଜାଣିଗଲି, ଯୋଉଟା ମୋର ସବୁଠୁ ବଡ଼ ଭୁଲ। ଏବେ ମତେ କହୁଛନ୍ତି ତୋ ସହ ମୁଁ ରହିପାରିବିନି। ପାଞ୍ଚ ବର୍ଷର ସମ୍ପର୍କ ପରେ ବିବାହ କରିଥିଲି, ଏବେ କହୁଛନ୍ତି ରହିପାରିବିନି, ତେଣୁ ମୋ ପାଖରେ ଆଉ କିଛି ଉପାୟ ନଥିବାରୁ ମୁ ଏହି ପଦକ୍ଷେପ ନେଉଛି। ମୋତେ କ୍ଷମା କରିଦେବେ। ”
ଗତକାଲି ରାତିରେ ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳଧାରଣା ନିକଟରୁ ମୃତଦେହ ଜବତ କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏନେଇ ବହୁ ଥର ଉଭୟ ପକ୍ଷ ଖଣ୍ଡଗିରି ଥାନାକୁ ଯାଇଥିବା ବେଳେ ସେଠାରେ ଆପୋଷ ବୁଝାମଣା ହେଉଥିଲା। ସ୍ତ୍ରୀକୁ ମାଡ଼ ମାରିବେନି, ଅନ୍ୟ ଝିଅ ସହ ସମ୍ପର୍କ ରଖିବେନି ବୋଲି ପୁଲିସ୍ ସମ୍ମୁଖରେ ଲେଖାପଢ଼ା ବି କରିଥିଲେ। ମାତ୍ର ୨୪ ଘଣ୍ଟା ନ ପୁରୁଣୁ ପୁଣି ଥରେ ଶ୍ରୀଧର ପୁଣି ଥରେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିବା ମଧୁମିତା ଜାଣିବାକୁ ପାଇଥିଲେ। ଏପରିକି ଶ୍ରୀଧର ତାଙ୍କୁ ନିର୍ଯାତନା ଦେବା ସହ ଛାଡ଼ପତ୍ର ପେପର ଘରେ ରଖିଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ବେଳେ ରାତିରେ ଇନଷ୍ଟାରେ ଶେଷ ଭିଡିଓ ଛାଡ଼ି ମଧୁମିତା ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଶ୍ରୀଧର ଏୟାରଫୋର୍ସରେ ଚାକିରି କରିଥିବା ବେଳେ ମଧୁମିତା ତାଙ୍କ ଦ୍ୱିତୀୟ ପତ୍ନୀ। ଶ୍ରୀଧର ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କୁ ଛାଡ଼ପତ୍ର ଦେଇ ମଧୁମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ବି ତାଙ୍କର ଗାଁର ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ବେଳେ ବହୁ ଯୁବତୀଙ୍କ ସହ ସେ ଚାଟିଂ କରୁଥିଲେ। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ତେଣୁ ଝିଅ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି।
ମାତ୍ର ଶ୍ରୀଧର ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି। ସେ କହିଥିଲେ, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ। ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇଙ୍କୁ ଆଣିବାକୁ ଯାଇଥିଲି। ଭାଇଙ୍କୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁମିତାର ଭିଡିଓ ଦେଖି ଭାଇ ମୋତେ ଏ ସମ୍ପର୍କରେ କହିଥିଲା। ତା’ପରେ ମୁଁ ତାକୁ ଫୋନ୍ କରିଥିଲି। ହେଲେ ସେ ମୋ ଫୋନ୍ ଉଠାଇ ନ ଥିଲା। ପରେ ମୁଁ ତାକୁ ମେସେଜ କରିଥିବା ବେଳେ ସେ ଉତ୍ତର ଦେଇ ନ ଥିଲା। ଏହାପରେ ମୁଁ ଥାନାକୁ ଯାଇ ପୁଲିସକୁ ଭିଡିଓ ଦେଖାଇବା ସହ ଘଟଣା ସମ୍ପର୍କରେ ଜଣାଇଥିଲି। ପୁଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା। ହେଲେ ସେ ମଧ୍ୟ ଉଠାଇ ନ ଥିଲା। ପରେ ଏହି ଘଟଣା ଘଟିଥିଲା।