ଗୁରୁବାର ଦିନ ଏନ୍ଟିଏ ଅଦାଲତରେ କହିଥିଲା କି ୧୫୬୩ରୁ ଅଧିକ ନିଟ୍ ୟୁଜି-୨୦୨୪ ଛାତ୍ରଛାତ୍ରୀଙ୍କ ଫଳାଫଳକୁ ପୁନମୂଲ୍ୟାଙ୍କନ କରିବାକୁ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ‘ଗ୍ରେସ୍ ମାର୍କ’ ପ୍ରଦାନ କରାଯାଇଥିଲା। ପରୀକ୍ଷାରେ ପାଇଁ ସମୟ ନଷ୍ଟ ହୋଇଥିବା କାରଣରୁ ଏହି ମାର୍କ ଦିଆଯାଇଥିଲା। ଏବେ ଅଦାଲତ ସେ ‘ଗ୍ରେସ୍ ମାର୍କ’କୁ ରଦ୍ଦ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ପ୍ରଭାବିତ ହୋଇଛନ୍ତି ସେମାନେ ଜୁନ୍ ୨୩ ତାରିଖରେ ଆଉ ଥରେ ପରୀକ୍ଷା ଦେବେ ଓ ସେମାନଙ୍କ ଫଳାଫଳ ଜୁନ୍ ୩୦ ପୂର୍ବରୁ ଘୋଷଣା ହେବ ବୋଲି ଶୁଣାଣି ହୋଇଛି।ଏହି ପ୍ରସଂଗରେ ଏବେ ନିଜର ମତ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପରୀକ୍ଷାର୍ଥୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଉଭୟ ସରକାର ଓ ଏନ୍ଟିଏ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ତତ୍ପର। ପେପର୍ ଲିକ୍ ହୋଇନାହିଁ। ସେପରି କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ ବୋଳି ସେ କହିଛନ୍ତି।