ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ଜଣକ ଏକ ଘରୋଇ କଲେଜର ପ୍ରଫେସର ଭାବେ ଚାକିରି କରୁଥିଲେ । ହେଲେ ସେ ଋଣ ବୋଝରେ ବୁଡି ରହିଥିଲେ । ଏହାପରେ ଋଣ ସୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗିଥିଲେ । ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ ପୁଅ ବାପାଙ୍କୁ ଛୁରୀ ଭୁସି ତାଙ୍କୁ ହତ୍ୟା କରିଛନ୍ତି । ମଞ୍ଚେଶ୍ୱର ଥାନା ଅଧୀନ ରଙ୍ଗମାଟିଆରେ ଏପରି ଅଭାବନୀୟ ଘଟଣା ଘଟିଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବାବେଳେ, ପ୍ରାଥମିକ ତଦନ୍ତରୁ ଋଣ ବୋଝ ହିଁ ପ୍ରମୁଖ କାରଣ ଥିବା ସୂଚନା ଦେଇଛନ୍ତି ।