ଭୁବନେଶ୍ବର: ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଦାନା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗରେ ଲ୍ୟାଣ୍ଡ ଫଲ୍ ହୋଇଛି। ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ଆଜି ରାତି ପ୍ରାୟ ୧୨ଟାରେ ଓଡ଼ଶା ମାଟିକୁ ସ୍ପର୍ଶ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିଛି। ବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବା ଅନୁମାନ କରାଯାଉଛି। କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବାତ୍ୟା ଯୋଗୁଁ ଆଜି ଅପରାହ୍ଣ ପର୍ଯ୍ୟନ୍ତ ବର୍ଷା ହୋଇପାରେ।