ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ । ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ଯାଇଛି । କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତର ୨୪ ପ୍ରଗଣାରେ ଜଣେ, ପୂର୍ବ ମେଦିନିପୁରରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି ।ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା । ଯେଉଁମାନେ ଏହି ସମୟରେ ବାହାରେ ଥିଲେ ଅବା ମାଟି ଘରେ ରହିଥିଲେ ସେମାନେ ପ୍ରଭାବିତ ହୋଇଛନ୍ତି । ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରେମାଲ । ବାତ୍ୟା ପାଇଁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥତିର ସମୀକ୍ଷା କରିବା ସହ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି ବୋଲି କହିଛନ୍ତି ।