ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିର ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷ ବାଲିଯାତ୍ରାର କଳେବର ବୃଦ୍ଧି ପାଇବ ବୋଲି ଆଲୋଚନା ହୋଇଛି । ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର କଳେବର । ପ୍ରଥମ ଥର ଲାଗି ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ ଏଥର ନୂଆ ରୂପରେ ବାଲିଯାତ୍ରା ହେବ ବୋଲି କହିଛନ୍ତି । ଏହା ସହ ଯାନବାହନ ରଖିବା ପାଇଁ ପାର୍କିଂ ସ୍ଥଳ ଅଧିକ ହେବ । ବାଲିଯାତ୍ରା ସମୟରେ ପଡିଆରେ ୫ ଟି ଆମ୍ବୁଲାନ୍ସ ରହିବ । ସେହିପରି ଷ୍ଟଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।