ଭୁବନେଶ୍ବର: ହତ୍ୟାକାରୀ ସ୍ବାମୀକୁ ଫାଶୀ ଦଣ୍ଡ । ସାତ ଜନ୍କ ପାଇଁ ସାଥି ହେବାକୁ ଶପଥ ନେଇଥବା ସ୍ବାମୀ ଶେଷରେ ସାଜିଲା ହତ୍ୟାକାରୀ । ଆଉ ଦଣ୍ଡ ମିଳିଛି ଏବେ ଫାଶୀ । ପତ୍ନୀହନ୍ତାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଖଣ୍ଡଗିରିର ଅଭିଯୁକ୍ତ ସଞ୍ଜିତ ଦାସକୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ। ୨୦୨୨ ଜୁନ ୯ ରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ । ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦଣ୍ଡବିଧାନ ହୋଇଛନ୍ତି । ୩୩ ଥର ଛୁରୀ ଭୂଷି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଅଭିଯୁକ୍ତର ଝିଅ, ଅଭିଯୁକ୍ତର ମା’ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ ।