ମମତା ମହନ୍ତ ରାଜ୍ୟସଭାକୁ ଯିବେ ! ଏହି ଚର୍ଚା ଏବେ ବଢ଼ିବାରେ ଲାଗିଛି । ପ୍ରଥମ କାରଣ ହେଉଛି ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ଇସ୍ତଫା ଦେଇଛନ୍ତି ଜୁଲାଇ ୩୧ ତାରିଖରେ । ଅଗଷ୍ଟ ୨୧ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ । ଆଉ ମଝିରେ ଗୋଟିଏ ଦିନ ରହିଲା । ଦଳ ନାମ ଘୋଷଣା କରିନାହିଁ । ମମତା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିକୁ ମଧ୍ୟ ବାଏ ବାଏ କହିଥିବାରୁ ତାଙ୍କୁ ବିଜେପି ରାଜ୍ୟସଭା ପଠାଇବାର ସଂଭାବନା ଅଧିକ । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମକୁ ନେଇ ଦଳରେ ଚର୍ଚା ଅଧିକ ରହୁଛି । ଏହାପରେ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ, ଯଦି ବିଜେଡିରୁ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ତେବେ ଯେହେତୁ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ପଦ ଛାଡି ବିଜେପିରେ ସାମିଲ ହେଇଛନ୍ତି, ତେଣୁ ତାଙ୍କୁ ପୁଣିଥରେ ରାଜ୍ୟସଭା ଆସନ ଭେଟି ଦେଇପାରେ ପଦ୍ମ ଦଳ । ଆଉ ମଝିରେ ଗାେଟିଏ ଦିନ ଥିବାରୁ ଅପେକ୍ଷା କିଏ ଯିବ ରାଜ୍ୟସଭା ।