ବିଜେଡି ଦଳ ଭାଙ୍ଗିଯିବ। ବିଜେଡ଼ି ନେତାମାନେ ବିଜେପିରେ ମିଶିଯିବେ । ଯିଏ ଆମ ଦଳକୁ ଆସିବ, ଆମେ ଗ୍ରହଣ କରିବୁ ବୋଲି ରବି ନାଏକ କହିଛନ୍ତି। ବିଜେଡି ନେତାମାନେ କଂଗ୍ରେସ ନୁହେଁ, ବିଜେପିରେ ମିଶିବେ । ଆଜି ଏମିତି ପାଦେ ଆଗକୁ ଯାଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ଗତ କିଛି ଦିନ ଧରି ଚର୍ଚା ହେଉଛି ବିଜେଡି ନେତାମାନେ ଅସନ୍ତୋଷରେ ରହିଛନ୍ତି । ତାଙ୍କୁ ଦଳ ଭିତରେ ସମ୍ମାନ ମିଳୁନାହିଁ । କଥା ଶୁଣିବାକୁ କେହି ନାହାଁନ୍ତି । ତେଣୁ ସେମାନେ କଂଗ୍ରେସ ଦଳକୁ ପଳାଇବେ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ରବି ନାଏକ କହିଛନ୍ତି ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେହି ଦଳ ଭାଙ୍ଗିଯିବ। କାରଣ ବରିଷ୍ଠ ନେତା ଅମର ଶତପଥୀ ଯାହା କହିଛନ୍ତି ତାହାର ମାନେ ହେଉଛି ଦଳରେ ଆଉ କିଛି ଠିକ ଠାକ ଚାଲିନାହିଁ । ତେଣୁ ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି। ସେ ଦଳ ରହିବ ନାହିଁ, ଏହା ସ୍ପଷ୍ଟ ଜଣାପଡ଼ି ଯାଉଛି। ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ। କଂଗ୍ରେସ ସହିତ ନୁହେଁ, ବିଜେପିର ସେ ଦଳ ମିଶିବ।