ବିଜେଡିକୁ ପୁଣି ବଡ଼ ଝଟକା ମିଳିଛି। ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଛନ୍ତି। ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା। କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।
ସୁଜିତ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡି ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜ୍ରେ ସୂଚନା ଦିଆଯାଇଛି। ସୁଜିତ ବିଜେଡି ଛାଡ଼ିବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।