ନିମାପଡାରେ ଭୋଟ ହେବ । କିଏ ଜିତିବ କିଏ ହାରିବ । ଶେଷ ପଯ୍ୟାୟରେ ପଡିବ ଭୋଟ । ସେଠୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ । ତିନି ତିନି ଥର ନିମାପଡାରେ ବିଧାୟକ ପ୍ରାର୍ଥୀ ହୋଇଥିବା ସମୀର ରଂଜନ ଦାଶଙ୍କୁୁ ବିଜେଡି ଟିକେଟ ଦେଇନଥିବା ବେଳେ ଦଳରୁ ସେ ନିଜେ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ଏଥିସହ ସେ ଦଳ ଛାଡିବା ପରେ ମଧ୍ୟ କହିଥିଲେ ଦଳ ପାଇଁ ଏତେ ନିସ୍ୱାର୍ଥପର କାମ କରିବା ପରେ ମଧ୍ୟ ମୋତେ ସୁପ୍ରିମୋ ବିଶ୍ୱାସ କରିନାହାନ୍ତି ତେଣୁ ମୁଁ ବାଧ୍ୟ ହୋଇ ଦଳ ଛାଡୁଛି ।ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ରଣନୀତି ଆରମ୍ଭ ହୋଇଛି । ନିମାପଡା ରାଜନୀତିକୁ ଫୋକସ କରିବା ପାଇଁ ବିଜେଡି ଦଳ ୮ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି । ନିମାପଡା ରାଜନୀତିକୁ ଫୋକସ କରିବା ପାଇଁ ବିଜେଡି ଦଳ ୮ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ସେମାନେ ହେଉଛନ୍ତି ସୁଭାଶିଷ ଖୁଣ୍ଟିଆ,ଉମାକାନ୍ତ ସାମନ୍ତରାୟ ରୁଦ୍ର ପ୍ରତାପ ମହାରଥୀ , ରମା ରଂଜନ ବଳିଆର ସିଂ ,ସଂଗ୍ରାମ ପାଇକରାୟ କମଳ ପାତ୍ର,ସୁନୀଲ ମହାନ୍ତି ଓ ଦିବାକର ପାତ୍ର ।