ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ଧରି ପରିବା ଦରରେ ଲାଗିଛି ନିଆଁ । ଖାଲି ପରିବା ଦର ବଢ଼ିନି ଖାଦ୍ୟ ସାମଗ୍ରୀ ଦର ହୁତୁ ହୁତ ହୋଇ ବଢ଼ିବାରେ ଲାଗିଛି । ଏଭଳି ସମୟରେ ଦରଦାମ ବୃଦ୍ଧି ନେଇ ବିଜେପି ସରକାର ଉପରେ ବର୍ଷିଲା ବିଜେଡି । ସିଧାସଳଖ ରାଜ୍ୟ ସରକାରଙ୍କୁ ବିଜେଡି କଲା ଟାର୍ଗେଟ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର ବିଜେପିର ଏଭଳି ନୀତିକୁ କଟାକ୍ଷ କରିଥିଲେ । ସରକାର ହେବା ଦିନଠୁ କିଛି କାମ ନାହିଁ ଖାଲି ଉତ୍ସବ ମନାଉଥିବା କହି ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ପ୍ରମିଳା କହିଥିଲେ, ରାଜ୍ୟରେ ପରିବର୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧିକୁ ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ମନ୍ତୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଏ