ଧର୍ମେନ୍ଦ୍ର-ବବି ମୁହାଁମୁହିଁ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦେଶର କିଏ ପ୍ରଧାନମନ୍ତ୍ରୀ ଜଣାନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଭଡ଼ାଟିଆ ସରକାର ଚାଲିଛି । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ। ଏଥର ମଧ୍ୟ ଜୋରଦାର ହେଉଛି ରାଜନୈତିକ ଲଢ଼େଇ। ବିଜେଡି, ବିଜେପି ଓ କଂଗ୍ରେସ ଏଥର ନିର୍ବାଚନ ମଇଦାନରେ ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିଥିବାରୁ ସାରା ରାଜ୍ୟବାସୀଙ୍କ ନଜର ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି। ବିଜେଡି କେନ୍ଦ୍ରମନ୍ତ୍ରୀଙ୍କ ଏପରି କଟାକ୍ଷକୁ ନିନ୍ଦା କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଏଠି ବିଜେଡିରୁ ପ୍ରଣବ ପ୍ରକାଶ ଦାସ, ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସରୁ ନଗେନ୍ଦ୍ର କୁମାର ପ୍ରଧାନ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ରାଜନୀତିରେ ଏହି ତିନି ଦଳର ପ୍ରାର୍ଥୀଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ତେଣୁ ସମ୍ବଲପୁର ହାତେଇବା ଲାଗି ବିଜେଡି, ବିଜେପି ଗୋଟି ଚାଳନା କରୁଛନ୍ତି। ତେବେ ସମ୍ବଲପୁର ଭୋଟର କାହା ଉପରେ ଭରସା କରୁଛନ୍ତି ତାହା ହିଁ ଦେଖିବାର କଥା।