ଯାଜପୁର: ଧର୍ମଶାଳାର ବଲେ ବଲେ ଢାବାରେ ପଡ଼ିଲା ତାଲା । ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଥିଲା । ଢାବାରେ ତାଲା ପଡିବା ପୂର୍ବରୁ ଢାବା ଖାଲି କରିବା ଆରମ୍ଭ ହୋଇଯାଇଥିଲା । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ତାଲା ପକାଇଛନ୍ତି ।ଗତକାଲି ରାତିରେ ଏହି ଢାବାରୁ ସମସ୍ତ ଆସବାବପତ୍ର ଖାଲି କରାଯାଇଛି। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ପାଇଁ ଗତକାଲି ବିଡିଓ ସୂଚନା ଦେଇଥିଲେ। ଏହା ପରେ ରାତା ରାତି ସମସ୍ତ ଆସବାବପତ୍ର ଖାଲି ହୋଇଥିଲା । ହେଲେ କିଏ ଓ କାହିଁକି ଢାବା ଖାଲି କଲା ତାକୁ ନେଇ ପ୍ରଶ୍ନ ଏବେ ପ୍ରଶ୍ନରେ ରହିଛି ।