ମାଲକାଗିରି ସୀମାନ୍ତ ରେ ମାଓବାଦୀଙ୍କ ଉପରେ ଆକ୍ରମଣ ଜୋରଦାର ହୋଇଛି । ନାରାୟନପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଛତିଶଗଡ଼ର ନାରାୟନପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ମୃତ ମହିଳା ନକ୍ସଲମାନେ ହେଲେ ଲକ୍ଷ୍ମୀ, ସବିତା ଓ ଶାନ୍ତି। ମୃତ ଲକ୍ଷ୍ମୀଙ୍କର ଘର କାଲିମେଳା ତେକଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି। ଲକ୍ଷ୍ମୀ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ସବିତା ଓ ଶାନ୍ତି ଏସିଏମ ଥିବା ବେଳେ ଏହି ଦୁଇଜଣଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ପୁଲିସ ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳର ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।