ପୁରୀ: ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ବିଦା ହେଲେ ବୀର ବିକ୍ରମ ଯାଦବ । ରଥ ଯାତ୍ରା ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଛି ଦାୟିତ୍ବ। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କର ମଧ୍ୟ ପୁରୁଣା ଅଭିଜ୍ଞତା ରହିଛି। ତେବେ କଥା ହେଉଛି ରତ୍ନଭଣ୍ଡାର ଖୋଲିବା, ରତ୍ନ ଭଣ୍ଡାର ମରାମତି କରିବା, ରତ୍ନର ଗଣତି ମଣତି କରିବା ନେଇ ଯେଉଁ ଚର୍ଚା ଚାଲିଛି ତାକୁ କିପରି ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିବେ ତାହା ଶ୍ରୀ ପାଢ଼ୀଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ।