ଶେଷ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। କିଏ ଜିତିବ, କିଏ ହାରିବ, ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । କାରଣ ଏହି ନିର୍ବାଚନ ହୁଏତ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ସ୍ଥିର କରିବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ସଂସଦୀୟ କ୍ଷେତ୍ର ସହିତ ୪୨ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଅନେକ ହେଭିୱେଟ୍ ନେତାଙ୍କର ଭାଗ୍ୟ ପରଖିବେ ଜନତା ଜନାର୍ଦ୍ଦନ ।
୨୦୧୯ରେ ୪୨ ବିଧାନସଭା ଆସନରୁ ୩୩ ଆସନରେ ବିଜେଡି ବାଜିମାତ କରିଥିଲା ବେଳେ ୯ଟି ଆସନରେ ଜିତିଥିଲା ବିଜେପି । ସେହିପରି ୬ ଲୋକସଭା ଆସନରୁ ବିଜେଡି ୪ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା ।