ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ପ୍ରଭାବ ରହୁଥିବାରୁ ଓଡ଼ିଶାରେ ବର୍ଷା ହେବ। ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୭ରୁ ୧୧ ସେମି ଯାଏଁ ବର୍ଷା ସମ୍ଭାବନ ଜାରି ରହିଛି। ୨୪,୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷିବ। ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବା ସହ ଅନେକ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ବର୍ତ୍ତମାନ ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଛତିଶଗଡ଼ ଓ ଆଖପାଖ ଅଞ୍ଚଳର ୭.୬ କିଲୋମିଟର ଯାଏଁ ଲମ୍ୱିଛି ଓ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ଜାରି ରହିବା ସହ ଏହି ସମୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୫ ତାରିଖ ଯାଏ ୩୫ରୁ ୪୫ କିମି ବେଗରେ ପବନ ବହିବ । ଏଥିପାଇଁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ସତର୍କତା ଜାରି କରିଛନ୍ତି ।