୨୩ ତାରିଖ ସକାଳୁ ଅଶାନ୍ତ ହୋଇଉଠିବ ସମୁଦ୍ର । ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ୨୩ରୁ ୨୫ ଯାଏଁ ଉତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ୭୦ କିଲୋମିଟର ବେଗରେ ଝଟକା ଦେଇପାରେ ପବନ । ୨୨ରେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ୨୪ତାରିଖରେ ଏହା ନେଇପାରେ ଅବପାତର ରୂପ । ତେବେ ବାତ୍ୟା ହେବ କି ନାହିଁ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।