ପୁରୀ: ରତ୍ନଭଣ୍ଡାର ଖୋଲିବାକୁ କମିଟି ତାରିଖ ହୋଷଣା ହୋଇଛି । ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ତେବେ ଏନେଇ ଶେଷ ନିଷ୍ପତ୍ତି ସରକାର ନେବେ । ସେ ଆହୁରି କହିଛନ୍ତି, ସରକାରଙ୍କୁ ଏନେଇ ଆଲୋଚନା ହୋଇଥିବା ବିଭିନ୍ନ ପସଙ୍ଗ ଜଣାଇଦିଆଯାଇଛି । କମିଟି ନିଷ୍ପତ୍ତି ନେଇ ଜଣାଇଦିଆଯାଉଛି, ସରକାର ଏବେ ଯାହା ନିର୍ଦେଶ ଦେବେ ତାହା ହେବ । ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ ଏହା ପରେ ମ୍ୟାନେଜମେଣ୍ଟ କମିଟି ସରକାରଙ୍କ ପାଖକୁ ଯିବ। ସରକାରଙ୍କ ନିର୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲିପାରିବ। ଆଶା କରୁଛି, ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୨୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ।