ପୁରୀ : ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ସ୍ପଷ୍ଟ କଲେ ଆଇନମନ୍ତ୍ରୀ । ଆଇନମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ଦିନ ରତ୍ନ ଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ହୋଇଛି। ରତ୍ନ ଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ପରିଚାଳନା କମିଟି ଓ ସରକାର ମାନିଛନ୍ତି । ଯେଉଁ ଏସଓପି ସେମାନେ ତିଆରି କରିଛନ୍ତି ତାହାକୁ ସଠିକ ଭାବେ ଯାଞ୍ଚ କରାଯିବ। ଏହାକୁ ବାଦ ଦେଲେ ଯାଞ୍ଚ କମିଟି ଯେଉଁ ତାରିଖ ସ୍ଥିର କରିଛି ସେ ତାରିଖରେ ହିଁ ରତ୍ନ ଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସି ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା କହିଥିଲେ ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ଜଷ୍ଟିସ ରଥ କହିଛନ୍ତି । ତାଙ୍କ ଉପରେ ବହୁତ କାର୍ଯ୍ୟ ରଖିଛି । ସୁରକ୍ଷିତ ଭାବେ ରତ୍ନ ଭଣ୍ଡାର ଖାଲି କରିବା ବଡ଼ କାମ । ସେ ତାକୁ ସୁଚାରୁରୂପେ କରିବା ପାଇଁ ବ୍ୟସ୍ତ ରହିଛନ୍ତି ।