ସନ୍ୟାସ ନେଲେ ଭି କେ ପାଣ୍ଡିଆନ୍ । ବିଜେଡି ହାରିବା ପରେ ପାଣ୍ଡିଆନ୍ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ପରାଜୟ ପାଇଁ ସେ କ୍ଷମା ମାଗିଛନ୍ତି। ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖ ପ୍ରକାଶ କରୁଛି। ବିଜୁ ପରିବାର ଓ କର୍ମୀମାନଙ୍କୁ କ୍ଷମା ମାଗୁଛି। ନବୀନ ପଟ୍ଟନାୟକଙ୍କ ସହାୟତା ପାଇଁ ରାଜନୀତିକୁ ଆସିଥିଲି ବୋଲି କହିଛନ୍ତି।