ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ସିଏମ କିଷାନ’ ଯୋଜନା ପାଇଁ ବଜେଟରେ ମୋଟ ୧,୯୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ‘ସମୃଦ୍ଧ କୃଷକ’ ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ସହ ‘ଶ୍ରୀ ଅନ୍ନ ଅଭିଯାନ’ ଲାଗି ୬୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। କୃଷି ପାଇଁ ଚଳିତ ଥର ବଜେଟର ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪,୮୨୯ କୋଟି ଟଙ୍କା ରହିଥିବାବେଳେ ଚଳିତ ବର୍ଷ ୩୩,୯୧୯ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେହିପରି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣାଯିବାକୁ ଘୋଷଣା କରାଯାଇଛି। ଧାର୍ଯ୍ୟ ଏମଏସପିଠାରୁ ଅଧିକ ୮୦୦ ଶହ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।