ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡ଼ିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଏହାର ପ୍ରଭାବ ରହିପାରେ । କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ଏହା ବର୍ତମାନ ଉତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତର ଦିଗରେ ଗତି କରିବା ଆରମ୍ଭ କରିବ ।୨୫ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ । ସେହି ସମାନ ଭାବେ ଉତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ୱିପ ଓ ଖେପୁପରା ମଧ୍ୟରେ ୨୬ମଧ୍ୟରାତ୍ରରେ ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।