ବାଲେଶ୍ବର: ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଦ୍ଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି । ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ନୀଳଗିରି ଏନଏସି ମୋଟ ୧୩ ଟି କାଉଁସେଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ କାଉଁସେଲର ଉପସ୍ଥିତ ରହିଥିଲେ । ଦୁଇଜଣ କାଉଁସେଲର ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ।
୭ ନମ୍ବର ଓ ୧୩ ନମ୍ବର କାଉଁସେଲର ଏହି ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୧୧ ଗୋଟି ଭୋଟରୁ ୧୦ ଟି ଭୋଟ ସପକ୍ଷରେ ଆସିଥିବା ବେଳେ ଗୋଟିଏ ଭୋଟ ବିପକ୍ଷରେ ଆସିଥିବା ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ।
ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କୁ ନିଜ ପଦବୀରୁ ହଟାଇବା ପାଇଁ ଗତ ଜୁଲାଇ ୩୦ ତାରିଖରେ ଏକ ପ୍ରସ୍ତାବ ଆଣି ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ l
ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଗୁରୁତ୍ତର ସହିତ ନେଇ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ଦରକାର ପଡିଲେ ମତଦାନ କରାଯିବାର ନିର୍ଦେଶନାମା ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା, ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଥିଲା।
ମାତ୍ର ଅଗଷ୍ଟ ୧୨ ତାରିଖ ରେ ଅଧକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହେବା ପରେ ନ୍ୟାୟାଳୟ ଉକ୍ତ ମାମଲାର ରହିତାଦେଶ ଜାରି କରିଥିଲେ l ମାନ୍ୟବର ଉଚ୍ଚନ୍ୟାୟାଳୟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରାଯାଇଥିଲା l