ଜଣେ ନାବାଳିକାଙ୍କୁ ଥଣ୍ଡାପାନୀୟୀୟରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଛି । ପୀଡ଼ିତାଙ୍କ ସାଙ୍ଗ ଥିବା ନାବାଳିକା ଏହି ଘଟଣାରେ ସଂପୃକ୍ତ । ଗଣଦୁଷ୍କର୍ମ କରାଯାଇଥିବା ନେଇ ଗତକାଲି ନୂଆପଲ୍ଲୀ ଥାନାରେ ଏକ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କୁ ତାଙ୍କର ଜଣେ ନାବାଳିକା ସାଙ୍ଗ ପ୍ରବର୍ତ୍ତାଇ ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ୪ ଜଣ ଯୁବକ ଥିଲେ। ସେମାନେ ପୀଡ଼ିତାଙ୍କ ନାବାଳିକା ସାଙ୍ଗଙ୍କ ପରିଚିତ। ସେଠାରେ ୪ ଜଣ ଯୁବକ ପୀଡ଼ତାଙ୍କୁ ଥଣ୍ଡା ପାନୀୟରେ ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିଲେ। ସେମାନେ ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରିଥିଲେ। ଆଉ ସେହି ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କ ମା’ଙ୍କୁ ୫୦ ହଜାର ଟଙ୍କା ମାଗି ଥିଲେ। ଭିଡିଓ ଭାଇରାଲ ହୋଇଯିବା ଭୟରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତଙ୍କୁ କିଛି ଟଙ୍କା ଦେଇଥିଲେ। ତା’ ସତ୍ତ୍ୱେ ଅଭିଯୁକ୍ତମାନେ ଭିଡିଓ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଛି।