ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ୱଶର୍ମା ଶୁକ୍ରବାର ୨ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସି ଝାଡ଼ଖଣ୍ଡ ଗସ୍ତରେ ଯାଇଛନ୍ତି। ସେ ସ୍ବଳ୍ପ ସମୟର ଗସ୍ତ ଅବସରରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ନିକଟରେ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଥିବାବେଳେ ହିମନ୍ତ ସେଠାକାର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବାବେଳେ ଏଥର ସେ ପୁଣି ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।