ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା କୁ ନେଇ ପୁଣି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କେବେ ଖୋଲିବ ତାକୁ ନେଇ ସ୍ପଷ୍ଟ ହୋଇପାରୁନାହିଁ । ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ଯ୍ୟ ହେବ। ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍। ଭୁବନେଶ୍ବରରେ ପହଁଚିବା ପରେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ। ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଦିନ ଧାର୍ଯ୍ୟ ହେବ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ । ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ନେଇ ସୂଚନା ରହିଛି।