ବନ୍ଦ ହେବନି ଆହାର କେନ୍ଦ୍ର । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାର କେନ୍ଦ୍ର ହେଇଛି । ତେଣୁ ଏହା ଚାଲୁ ରହିବ । ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । ତେଣୁ ବିଜେଡି ସରକାରର ଯୋଜନାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ମନ୍ତ୍ରୀ ଆହାର ଯୋଜନା ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି । ଆଜି ମନ୍ତ୍ରୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇଥିଲେ । ନିୟମ ଅନୁଯାୟୀ ନିଜେ ଆହାର କେନ୍ଦ୍ରରେ ଟୁକୋନ ଆଣିଥିଲେ। ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ ।ଖାଇବା ଥାଳିରେ ଆଉ ଅଧିକ କଣ ଦିଆଯାଇପାରିବ ସେ ଦିଗରେ ସମୀକ୍ଷା କରିବା ପରେ କଣ ପଦକ୍ଷେପ ନେଇହେବ ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ ପରିବା କମିଛି । ନିଜେ ଖାଦ୍ୟ ଖାଇବା ପରେ ଏହାକୁ ସ୍ବୀକାର କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଆହର କେନ୍ଦ୍ରର ନାମ ପରିବର୍ତ୍ତନ ନେଇ କହିଛନ୍ତି, ଆବଶ୍ୟକ ହେଲେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି ।