ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ଆକାଉଣ୍ଟ ଖୋଲି ଯୋଗଦାନ କରିବେ। ଏହା ଯୋଜନା ଦ୍ବାରା ପିଲାମାନଙ୍କ ଆର୍ଥିକ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ। ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବ। ଏବେ ଆସନ୍ତୁ ନଜର ପକାଇବା କ’ଣ ଏହି ‘ଏନପିଏସ ବାତ୍ସଲ୍ୟ’ ସ୍କିମ।