ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୨୦୨୫ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନିମନ୍ତ୍ରଣ କରିଛନ୍ତି।
ଏହି ବୈଠକରେ ୩୪ଟି ଦେଶରେ ରାଷ୍ଟ୍ରଦୂତ, ହାଇ କମିଶନର, କନସୁଲ ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ବରିଷ୍ଠ କୂଟନୀତିଜ୍ଞମାନେ ଯୋଗ ଦେଇଥିଲେ। ଏଥିରେ ଆମେରିକା, ଇଂଲଣ୍ଡ, ସିଙ୍ଗାପୁର, ଚୀନ, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ ଓ ଭିଏତନାମ ଭଳି ଦେଶର ପ୍ରତିନିଧି ସାମିଲ ହୋଇଥିଲେ। ଏହାସହ ଅନେକ ଉଦ୍ୟୋଗୀ ଓ ନିବେଶକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।