ପ୍ରଭୁ ରାମଚନ୍ଦ୍ର ହେଉଛନ୍ତି ସମସ୍ତଙ୍କର । ରାମଙ୍କୁ ନେଇ ରାମାୟଣ ଲେଖାଯାଇଛି । କୋଟି କୋଟି ଲୋକ ରାମଙ୍କୁ ଭଗବାନ ମାନନ୍ତି । କାରଣ ହେଉଛି ରାମଙ୍କ ଦୈବୀ ଗୁଣ । ସେ ଅଯୋଧ୍ୟାର ରାଜା । ସେ ଭକ୍ତଙ୍କର ଭଗବାନ । ସେ ମାନବ ସମାଜ ପାଇଁ ଏକ ମହାନ ଆତ୍ମା । ରାମାୟଣ ଯାହା ସମସ୍ତଙ୍କ ପାଇଁ ଆଦର୍ଶ ଗ୍ରନ୍ଥ ହୋଇ ରହିଛି।
ଦୀପାବଳି ଅବସରରେ ରାବଣକୁ ମାରି ମାତା ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ ପ୍ରଭୁ ଶ୍ରୀରାମ । ଦୀପାବଳି ଦିନ ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇ ଉତ୍ସବ ମନାଇଥିଲେ ।
ପ୍ରଭୁ ଶ୍ରୀରାମ ଆସିବା ବେଳେ ଅନ୍ଧାର ଥିବା ଅଯୋଧ୍ୟା ରାଜନଗରୀ ଆଲୋକରେ ଝଲସୁଥିଲା । ଏସବୁ ରାମାୟଣରେ ବର୍ଣ୍ଣନା କରାଯାଇଛି ।
ତେବେ ରାମାୟଣକୁ ନେଇ ଅନେକ ବିଭ୍ରାନ୍ତିକର କାହାଣୀ ଅଧିକ ସେୟାର କରାଯାଉଛି । ଯାହାର ବାସ୍ତବତା ଆଜିର ଦିନରେ ଗ୍ରହଣୀୟ ନୁହେଁ ।
କିଛି ଲୋକ ରାବଣର କାର୍ଯ୍ୟକୁ ଠିକ୍ ବୋଲି ଦର୍ଶାଇଥାନ୍ତି । ସେମାନେ ଅନେକ ଅବାନ୍ତର ଯୁକ୍ତି କରି କହିଥାନ୍ତି ରାବଣ ଯାହା କରିଥିଲା ସେଥିରେ ତାହାର କିଛି ଭୁଲ ନାହିଁ । ଏନେଇ ଅନେକ ବିଭ୍ରାନ୍ତିମୂଳକ ଉଦାହରଣ ଦେଇଥାନ୍ତି ଯେ ରାବଣ ଏତେ ଖରାପ ନଥିଲା । ତେବେ ତାହାକୁ କୋଟି କୋଟି ଲୋକ ଗ୍ରହଣ କରିନଥାନ୍ତି । ଅଧିକାଂଶ ଲୋକଙ୍କ ମତରେ ରାମଙ୍କ ଆଚରଣ ଅଲଗା । ରାମ ଭଗବାନ ।
ଦୀପାବଳି ଅବସରରେ ରାମାୟଣର ଏହି ବିଭ୍ରାନ୍ତିମୂଳକ କଥା ଉପରେ ବିଚାର କରିବାର ସମୟ ଆସିଛି । ରାମାୟଣରେ କିଛି ଏଭଳି କାହାଣୀ ଲେଖାଯାଇଛି ଯାହା ଉପରୁ ପରଦା ହଟାଇବାକୁ ଅନେକ ମହାତ୍ମା ଚେଷ୍ଟା କରିଛନ୍ତି । ଯେପରିକି ବାଲ୍ମିକୀ ରାମାୟଣରେ ଲେଖାନାହିଁ ରାମ ସୀତାଙ୍କୁ ଗର୍ଭାବସ୍ଥାରେ ବନରେ ଛାଡିଥିଲେ । କିନ୍ତୁ ଉତ୍ତର ରାମାୟଣରେ ତାହା ବର୍ଣ୍ଣନା କରାଯାଇଛି । ସେଭଳି ଉତ୍ତର ରାମାୟଣରେ ବର୍ଣ୍ଣନା କରାଯାଇଛି ଯେ ଶୂଦ୍ର ଥିବା ଶମ୍ବୁକଙ୍କୁ ରାମ ହତ୍ୟା କରିଥିଲେ କାରଣ ସେ ତପସ୍ୟା କରୁଥିଲେ । ଏଥିରେ ମଧ୍ୟ ସତ୍ୟତା ନାହିଁ । କିନ୍ତୁ ଏହା ଉପରେ ବାବା ସାହେବ ଆମ୍ବେଦକର ତାଙ୍କ ପୁସ୍ତକ ରିଡଲସ ଅପ ରାମ ଆଣ୍ଡ କୃଷ୍ଣରେ ବର୍ଣ୍ଣନା କରିଛନ୍ତି ।
ବାଲ୍ମିକୀ ରାମାୟଣର ଶେଷ ଯୁଦ୍ଧକାଣ୍ଡର ବର୍ଣ୍ଣନା କରାଯାଇଛି ଯେ ରାମ ରାଜା ହେଲେ । ବିଭିଷଣ ଲଙ୍କାକୁ ଫେରିଗଲେ । ସୁଗ୍ରୀମ କିସ୍କିନ୍ଦା ଫେରିଗଲେ । ରାମ ଲକ୍ଷ୍ମଣଙ୍କୁ ରାଜା କରିବାକୁ କହିଲେ କିନ୍ତୁ ଲକ୍ଷ୍ମଣ ମନାକରିବାକୁ ଭରତ ରାଜା ହେଲେ ।
ସେହିପରି ଶେଷ ଅଧ୍ୟାୟରେ ଶ୍ଲୋକ 95ରୁ 106 ମଧ୍ୟରେ ରାମ ରାଜ୍ୟ ଉପରେ ବାଲ୍ମିକୀ ଲେଖିଛନ୍ତି ରାମ ରାଜ୍ୟ ସମୟରେ କିଛି ଶାସନ ଚାଲିଥିଲା । ରାମ ଯଜ୍ଞ କରି ଦେବତାଙ୍କୁ ଖୁସି କରିଥିଲେ । ବିଶ୍ବ ଶାନ୍ତି ପାଇଁ ସେ ପୁଣ୍ଡରିକ, ଅଶ୍ବମେଧ, ବାଜପେୟ ଯଜ୍ଞ କରିଥିଲେ । ରାମ ପୁଷ୍କକ ବିମାନକୁ କୁବେରଙ୍କୁ ଫେରାଇ ଦେଇଥିଲେ । ରାମଙ୍କର ଲୋଭ ନଥିଲା ଅନ୍ୟ ରାଜ୍ୟ ଉପରେ କି ଅନ୍ୟ ଧନ ଉପରେ ।
ରାମଙ୍କ ଶାସନ ସମୟରେ ପଶୁଙ୍କ ଭୟ ନଥିଲା । ଚୋର ଡକାୟତ ଭୟ ନଥିଲା । ଲୋକ ହଜାର ବର୍ଷ ବଂଚୁଥିଲେ । କେହି ବେମାର ପଡ଼ୁନଥିଲେ । ଯୁବକ ମୃତ୍ୟୁମୁଖରେ ପଡୁନଥିଲେ । ଗଛରେ ସଦାବେଳେ ଫୁଲ ଫଳ ଭର୍ତ୍ତି ହୋଇ ରହୁଥିଲା । ଠିକ୍ ବେଳେ ବର୍ଷା ହେଉଥିଲା ଭଲ ଫସଲ ହେଉଥିଲା । ବ୍ରାହ୍ମଣ, କ୍ଷତ୍ରିୟ, ଶୂଦ୍ର, ବୈଶ୍ୟ ନିଜ ନିଜର କାମ ଧର୍ମ ଅନୁସାରେ ଠିକ୍ ଭାବେ କରୁଥିଲେ । କିଛି ଲୋକ ଯେଉଁ ଅଭିଯୋଗ ଆଣୁଛନ୍ତି ରାମ ସୀତାଙ୍କୁ ଛାଡିଥିଲେ ସେଥିରେ କିଛି ସତ୍ୟତା ନାହିଁ । ଉତ୍ତରାକାଣ୍ଡରେ ଯାହା ଲେଖାଯାଇଛି ତାହା କେବଳ ଆଡ କରାଯାଇଛି । କିଏ ତାହା ଆଡ କରିଛି କିଏ ସୀତାଙ୍କ ବନବାସ ଲେଖିଛି ତାହା କହିବା ମୁସ୍କିଲ । ଏହା ସତ ଶ୍ରୀରାମ ମହାନ ଥିଲେ । ରାମ ସମସ୍ତଙ୍କର ଥିଲେ । ରାମଙ୍କଠାରୁ ବଡ଼ ରାମ ନାମ । ରାମଙ୍କ ନାମରେ ହତ୍ୟା କରିବା ଘୃଣା କରିବା ଠିକ୍ ନୁହେଁ । ରାମଙ୍କ ରାମୟଣରୁ ଆମକୁ ଅନେକ କିଛି ଶିକ୍ଷା କରିବାର ରହିଛି । ରାମଙ୍କ ଜୀବନ ପଢ଼ିଲେ ଆମ ପରିବାର ନିଶ୍ଚୟ ଭଲରେ ରହିବ । ଦୀପାବଳି ଅବସରରେ ରାମାୟଣ ପଢ଼ି ସେଥିରୁ ଭଲ କିଛି ଶିକ୍ଷା ଲାଭ କରିବାର ରହିଛି ।